ରେଳବାଇ ପ୍ରସଙ୍ଗରେ ଗତ ୭ ବର୍ଷର ରୟାଲଟି ହିସାବ କେନ୍ଦ୍ରକୁ ଦେଲା ବିଜେଡି, ଓଡିଶା ପ୍ରତି ବୈମାତୃକ ମନୋଭାବର ଅଭିଯୋଗ

ଭୁବନେଶ୍ୱର- ରେଳ ବଜେଟକୁ ନେଇ ପ୍ରେସମିଟ୍ କରି ବିଜେଡି ଗତ ୭ ବର୍ଷର ରୟାଲଟି ହିସାବ କେନ୍ଦ୍ରକୁ ଦେଇଛି । ଦଳ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଗତ ୭ ବର୍ଷରେ ରାଜ୍ୟ, କେନ୍ଦ୍ରକୁ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା ଦେଇଛି । କିନ୍ତୁ ରାଜ୍ୟକୁ ମିଳିଛି ମାତ୍ର ୧୪ ହଜାର କୋଟି ଟଙ୍କା । ଏବେ କେବଳ ବର୍ଷକୁ ରାଜ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା କେନ୍ଦ୍ରକୁ ଦେଉଛି । କିନ୍ତୁ ରାଜ୍ୟର ୬ଟି ଜିଲ୍ଲାରେ ରେଳ ସେବା ଏ ଯାଏଁ ଆରମ୍ଭ ହୋଇପାରିନାହିଁ । କନ୍ଧମାଳ, ମୟୂରଭଂଜ, ଦେବଗଡ, କେନ୍ଦ୍ରାପଡା, ମାଲକାନଗିରି, ବୌଦ୍ଧରେ ଏ ଯାଏଁ ଆରମ୍ଭ ହୋଇନାହିଁ ରେଳ ସେବା ।

 

Comments are closed.