ଲମ୍ବା ଡିଆଁ ମାରୁଛି କରୋନା, ଦିନକରେ ୬୮ ହଜାର ମାମଲା, ସକ୍ରିୟ ମାମଲା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ସଂକ୍ରମଣ ଲମ୍ବା ଡିଆଁ ମାରିବାରେ ଲାଗିଛି । ଦୈନିକ ଆକ୍ରାନଙ୍କ ସଂଖ୍ୟା କ୍ରମାଗତ ବଢ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୦୨୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ପୁଣି ୨୯୧ ଜଣଙ୍କ ମୃତ୍ୟୁ ହୋଇଛି । ଏହି ରୋଗରୁ ଆଉ ୩୨,୨୩୧ ଜଣ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଗତକାଲି ଭାରତରେ ୬୨,୭୧୪ ମାମଲା ଆସିଥିଲା ।

ଭାରତୋର ଏବେ କରୋନାର ମୋଟ ମାମଲା ୧କୋଟି ୨୦ ଲକ୍ଷ ୩୯ ହଜାର ୬୪୪କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୮୪୩ରେ ପହଞ୍ଚିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୧୩ ଲକ୍ଷ ୫୫ ହଜାର ୯୯୩କୁ ବୃଦ୍ଧି ପାଇଛି । ତେବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ପୁଣି ବୃଦ୍ଧି ପାଇଛି । ଭାରତରେ ସକ୍ରିୟ ମାମଲା ଏବେ ୫ ଲକ୍ଷ ଟପିଛି । ସୋମବାର ସୁଦ୍ଧା ଭାରତରେ ୫ ଲକ୍ଷ ୨୧ ହଜାର ୮୦୮ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.