ସାଧାରଣତନ୍ତ୍ର ଦିବସ : ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ କରିବେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି

ଭୁବନେଶ୍ୱର- ଆସନ୍ତା ସାଧାରଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ, ତାହାର ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜାତୀୟ ପତାକ ଉତ୍ତୋଳନ କରିବେ । ସେ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିବେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅନୁଗୁଳରେ ମନ୍ତ୍ରୀ ପ୍ରଫୁଲ୍ଲ ସ୍ୱାଇଁ , ଗଂଜାମରେ ପଦ୍ମନାଭ ବେହେରା ଓ ବାଲେଶ୍ୱରରେ ପ୍ରତାପ ଜେନା ପତାକା ଉତ୍ତୋଳନ କରିବେ । ରାୟଗଡାରେ ଅରୁଣ ସାହୁ, କନ୍ଧମାଳରେ ସୁଦାମ ମାରଣ୍ଡି, ମୟୂରଭଂଜରେ ସୁଶାନ୍ତ ସିଂହ, ବରଗଡରେ ନବ କିଶୋର ଦାସ, ସମ୍ବଲପୁରରେ ଟୁକୁନି ସାହୁ, ନୟାଗଡରେ ଜଗନ୍ନାଥ ସାରକା, କେନ୍ଦୁଝରରେ ଦିବ୍ୟଶଙ୍କର ମିଶ୍ର , ଯାଜପୁରରେ ଅଶୋକ ଚନ୍ଦ୍ର ପଣ୍ଡା, ବଲାଙ୍ଗିରରେ ସମୀର ରଂଜନ ଦାଶ, ସୁନ୍ଦରଗଡରେ ଜ୍ୟୋତି ପ୍ରକାଶ ପାଣିଗ୍ରାହ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ ଓ ମାଲକାନଗିରିରେ ତୁଷାରକାନ୍ତି ବେହେରା ଜାତୀୟ ପତାକା ଉତ୍ତୋଳନ କରିବେ ।

ବ୍ରହ୍ମପୁରରେ ଦକ୍ଷିଣାଚଂଳ ଆରଡିସି, ରାଉରକେଲାରେ ଉତ୍ତରାଚଂଳ ଆରଡିସି, ଖୋର୍ଦ୍ଧାରେ କେନ୍ଦ୍ରାଚଂଳ ଆରଡିସି ଏବଂ ଭଦ୍ରକ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦ୍ରାପଡା, ନୂଆପଡା, ସୁବର୍ଣ୍ଣପୁର ଓ ଜଗତସିଂହପୁରରେ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ।

Comments are closed.