ହାଥରସ ଗଣଦୁଷ୍କର୍ମ ମାମଲା : ତଦନ୍ତ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ଆଉ ୧୦ ଦିନ ସମୟ ଦେଲେ ଯୋଗୀ ସରକାର

ଲକ୍ଷ୍‌ନୌ –ୟୁପି ହାଥରସ ଗଣଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ-ଏସଆଇଟିକୁ ରିପୋର୍ଟ ଦାଖଲ ପାଇଁ ଆଉ ୧୦ ଦିନ ଅଧିକ ସମୟ ଦିଆଯାଇଛି । ତେଣୁ ଏସଆଇଟି ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏସଆଇଟିକୁ ପୂର୍ବରୁ ଦେଇଥିବା ୭ ଦିନର ସମୟସୀମା ବୃଦ୍ଧି କରିଛନ୍ତି । ଗତ ସପ୍ତାହରେ ମାମଲାର ତଦନ୍ତ ଆରମ୍ଭ କରିଥିଲା ଏସଆଇଟି । ୭ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Comments are closed.