ଭାରତରେ ୨୪ ଘଂଟାରେ ୭୨ ହଜାର ୪୯ ନୂଆ କୋରୋନା ମାମଲା, ୯୮୬ ମୃତ

ନୂଆଦିଲ୍ଲୀ- ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪ହଜାର ୫୫୫କୁ ବୃଦ୍ଧି ପାଇଛି । ଦେଶରେ ଗତ ୨୪ ଘଂଟାରେ ୯୮୬ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଦିନକରେ ୭୨ ହଜାର ୪୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ କୋରୋନା ମାମଲା ୬୭ ଲକ୍ଷ ୫୭ ହଜାର ୧୩୨କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୫୭ ଲକ୍ଷ ୪୪ ହଜାର ୬୯୩ ଜଣ ସୁସ୍ଥ ହୋଇସାରିଛନ୍ତି । ଦେଶରେ ଏବେ ସକ୍ରିୟ ସଂକ୍ରମଣ ମାମଲା ସଂଖ୍ୟା ୯ ଲକ୍ଷ ୭ ହଜାର ୮୮୩ ରହିଛି ।

Comments are closed.