୨୨ ବର୍ଷ ପୁରୁଣା ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ

କଟକ- ରାଜ୍ୟ ସରକାର ଓ ସିବିଆଇର ସତ୍ୟପାଠ ଦାଖଲ ପରେ ୨୨ ବର୍ଷ ତଳର ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ମାମଲାର ସବୁ ଅଭିଯୁକ୍ତ ଗିରଫ ହୋଇଥିବା ନେଇ ସତ୍ୟପାଠ ଦାଖଲ ହୋଇଥିଲା ।

ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ନିକଟରେ ଗିରଫ ହୋଇଥିବା ନେଇ ସତ୍ୟପାଠ ଦାଖଲ ହୋଇଛି । ପୀଡିତାଙ୍କ ପକ୍ଷରୁ ତଦନ୍ତରେ ଶିଥିଳତା ଓ ଷଡଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ୨୦୦୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତା ।

Comments are closed.