କ୍ୟାବିନେଟ ବୈଠକ : ୨୭ଟି ପ୍ରସ୍ତାବରେ ମୋହର, ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ମୋହର ବାଜିଛି । ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ବୟନ ଓ ହସ୍ତଶିଶଳ୍ପ ବିଭାଗରେ ଗ୍ରୁପ୍ –ଏ ଓ ବି କର୍ମଚାରୀ କାମ କରିପାରିବେ । ଶିଳ୍ପ ବିଭାଗରେ ଥିବା ହସ୍ତଶିଳ୍ପ ଏବେ ବୟନଶିଳ୍ପ ବିଭାଗରେ କାମ କରୁଛି ।

ବରଗଡରେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ୩୪.୧୦ କିଲୋମିଟର କେନାଲ ପାଇଁ ଖର୍ଚ୍ଚ ହେବ ୩୪୦ ଦଶମିକ ୩୬ କୋଟି ଟଙ୍କା ।

Comments are closed.