ମାନୁନି ଆନ୍ଧ୍ର, ଓଡିଶାର କଡା ଆପତ୍ତି ସତ୍ତ୍ୱ କୋଟିଆ ଫାଟୁସିନେରି ଗାଁରେ ପଂଚାୟତ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ

କୋରାପୁଟ- ଓଡିଶା ସରକାରଙ୍କ କଡା ଆପତ୍ତି ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ସରକାର କୋରାପୁଟ ଜିଲ୍ଲା କୋଟିଆରେ ପଂଚାୟତ ନିର୍ବାଚନ କରୁଛନ୍ତି । କୋଟିଆର ଫାଟୁସିନେରି ଗାଁରେ ପଂଚାୟନ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଉଲ୍ଲଂଘନ କରି ଆନ୍ଧ୍ର କୋଟିଆରେ ପଂଚାୟତ ନିର୍ବାଚନ କରୁଛି । ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ଓଡିଶା ସରକାର । ପିଟିସନକୁ ଗ୍ରହଣ କରି ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସୁପ୍ରିମକୋର୍ଟ । ମାମଲା ବିଚାରାଧୀନ ସତ୍ତ୍ୱେ କୋଟିଆରେ ନିର୍ବାଚନ କରୁଛି ଆନ୍ଧ୍ର ।

Comments are closed.