କୋଟିଆ ମାମଲା : ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ମହଲତ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ -ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି । କୋଟିଆ ନେଇ ଆନ୍ଧ୍ର ଦେଇଥିବା ଜବାବର ପ୍ରତି ଜବାବ ଦାଖଲ ପାଇଁ ଓଡିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଓଡିଶା ପକ୍ଷର ଓକିଲ ଶିବ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ସରକାର ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ନ ମାନି ପଂଚାୟତ ନିର୍ବାଚନ କରିଥିଲେ । ତେଣୁ ଆନ୍ଧ୍ର ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଓଡିଶା ସରକାର । ସୁପ୍ରିମକୋର୍ଟ ଓଡିଶାର ଆବେଦନ ଉପରେ ଜବାବ ଦେବା ପାଇଁ ଆନ୍ଧ୍ରକୁ ନୋଟିସ ଦେଇଥିଲେ ।

Comments are closed.