ମୟୂରଭଞ୍ଜ ସାରସକଣା ଦୁର୍ଘଟଣାରେ ମୃତ ଓଡିଆଙ୍କ ପରିବାରଙ୍କୁ ଅନୁକଂପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୟୂରଭଞ୍ଜର ସାରସକଣାରେ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ମଧ୍ୟରୁ ୪ ଜଣ ଓଡିଆଙ୍କ ପରିବାରବର୍ଗଙ୍କ ପାଇଁ ଅନୁକଂପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

Comments are closed.