ଅନ୍ୟରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି, ଓଡିଶା ସରକାର ସଜାଗ, କୋଭିଡ ନିୟମ କଡାକଡି କାର୍ଯ୍ୟକାରୀ ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର- ପଡୋଶୀ ଛତିଶଗଡ ସମେତ କିଛି ରାଜ୍ୟରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଥିବାରୁ ଓଡିଶା ସରକାର ସତର୍କ ହୋଇଛନ୍ତି । ଏ ପ୍ରସଙ୍ଗରେ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ମାସ୍କ ଓ ସାମାଜିକ ଦୂରତା ନିୟମ କଡାକଡି କରିବାକୁ ନିର୍ଦ୍ଦେଶ । କୋଭିଡ ନିୟମରେ ଅବହେଳା ପାଇଁ ସଂପୃକ୍ତ ସଂସ୍ଥାର ମୁଖ୍ୟଙ୍କୁ ଦାୟୀ କରାଯିବ । ସାମାଜିକ କାର୍ଯ୍ୟକ୍ରମରେ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସ୍କୁଲରେ ପାଠପଢା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ହୋଟେଲ,ଢାବା ଓ ରେଷ୍ଟୁରାଂଟ ଉପରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯିବ । ପ୍ରତି ସପ୍ତାହରେ ଜିଲ୍ଲାପାଳ, ଏସପି ଓ କମିଶନରମାନେ ଏସଆରସିଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.