ନୀତି ଆୟୋଗର ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକା : ପ୍ରଥମ ତିନିଟି ସ୍ଥାନରେ ଓଡିଶାର ତିନିଟି ଜିଲ୍ଲା

ଭୁବନେଶ୍ୱର – ନବୀନ ସରକାରଙ୍କ କାର୍ଯ୍ୟକୁ ପୁଣି ଜାତୀୟ ସ୍ତରରେ ସ୍ୱୀକୃତି । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଦ୍ୱାରା ଉନ୍ନତ ଭିତ୍ତିଭୂମି ମାନ୍ୟତା ତାଲିକାରେ ପ୍ରଥମ ତିନିଟି ସ୍ଥାନରେ ରହିଛନ୍ତି ଓଡିଶାର ତିନିଟି ଜିଲ୍ଲା ।

ନୀତି ଆୟୋଗ ତାଲିକାରେ ଦେଶର ଶ୍ରେଷ୍ଠ ୫ଟି ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନରେ ଗଜପତି ଜିଲ୍ଲା ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ କୋରାପୁଟ ଓ ତୃତୀୟ ସ୍ଥାନରେ ରହିଛି ରାୟଗଡା । ଚତୁର୍ଥ ସ୍ଥାନରେ ମଣିପୁରର ତନ୍ଦେଲ ଓ ପଂଚମରେ ରାଜସ୍ଥାନର ବାରାଁ ରହିଛି ।

Comments are closed.