ରାଜ୍ୟର ବର୍ତ୍ତମାନ କୋରୋନା ସ୍ଥିତି ଉପରେ ସରକାରଙ୍କ ତୀକ୍ଷ୍‌ଣ ନଜର, କିଛି ସହରରେ ଆରମ୍ଭ ହେବ ସେରୋ ସର୍ଭେ

ଭୁବନେଶ୍ୱର- ରାଜ୍ୟରେ ବର୍ତ୍ତମାନର କୋରୋନା ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି । ଦିନକୁ ୭ ହଜାର ୩ ଶହ ଆରଟି-ପିସିଆର୍ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ସ୍ୱତନ୍ତ୍ର ଗାଇଡଲାଇନ୍‌ସ ପଠାଇ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି ।

ସମ୍ବଲପୁର, ପୁରୀ, ଭୁବନେଶ୍ୱର, ରାଉରକେଲା ଓ କଟକ ସହରରେ ସେରୋ ସର୍ଭେ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଦେବଗଡ ଓ ନୟାଗଡରେ ଆରଟି-ପିସିଆର ଟେଷ୍ଟିଂ ଲାବ୍ରୋଟୋରି ଖୋଲିବ ବୋଲି ସେ କହିଛନ୍ତି ।

Comments are closed.