ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଅଟଳ ବିଜେଡି, ପ୍ରଣବ କହିଲେ ଶୁଷ୍କ ରାଜନୀତି କରୁଛି ବିଜେପି

ଭୁବନେଶ୍ୱର- ଧାନ କିଣା ପ୍ରସଙ୍ଗରେ ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଷ ପିଇ ଆତ୍ମହତ୍ୟା ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଛି । ଏ ପ୍ରସଙ୍ଗରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇନାହିଁ । ବିଜେପିି ବିଧାୟକ ଗୃହରେ କ୍ଷମାପ୍ରାର୍ଥନା କରିବା ଦାବିରେ ଅଟଳ ରହିଛି ଶାସକ ବିଜେଡି । ବିଷ ପିଇ ବିଜେପି ବିଧାୟକ ଗୃହର ଗରିମା କ୍ଷୁର୍ଣ୍ଣ କରିଛନ୍ତି ବୋଲି ଶାସକ ଦଳ କହୁୁଛି । ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସୁବାସ ପାଣିଗ୍ରାହୀ ପ୍ରଥମେ କ୍ଷମା ମାଗନ୍ତୁ । କୌଣସି ଚାଷୀର ଗୋଟିଏ ବି ଧାନ ରହିବ ନାହିଁ । ବିଜେପି ଭଳି ଶୁଷ୍କ ରାଜନୀତି ବିଜେଡି କରେ ନାହିଁ ବୋଲି ପ୍ରଣବ କହିଛନ୍ତି । ବିଜେଡି ପାଇଁ ଓଡିଶା ପ୍ରଥମ ଓ ଚାଷୀ ଜୀବନ ବୋଲି ପ୍ରଣବ କହିଛନ୍ତି ।

ଏଣେ ବିଧାନସଭାରେ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ଏକ ନାଟକବାଜି ବୋଲି ଚାଷୀ ନେତା ଲିଙ୍ଗରାଜ କହିଛନ୍ତି । ବିବାଦୀୟ ୩ଟି କୃଷି ଆଇନରୁ ନଜର ହଟାଇବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ଲିଙ୍ଗରାଜ କହିଛନ୍ତି ।

Comments are closed.