ପୁଣି ଥରେ ପରିପକ୍ୱ ନେତୃତ୍ୱର ପରିଚୟ ଦେଲେ ନବୀନ, ଧାରଣରତ ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକି କଲେ ଆଲୋଚନା

ଭୁବନେଶ୍ୱର- ମଣ୍ଡି ସମସ୍ୟା ନେଇ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ରାଜନୀତିରୁ ଉପରକୁ ଉଠି ପୁଣି ଥରେ ପରିପକ୍ୱ ନେତୃତ୍ୱର ପରିଚୟ ଦେଇଛନ୍ତି । ରାଜ୍ୟରେ ମଣ୍ଡି ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଜେପି ବିଧାୟକମାନେ ଆଜି ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ ।

ମୁଖ୍ୟମନ୍ତ୍ରୀ ନିଜେ ଧାରଣସ୍ଥାଳକୁ ଆସି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଡାକିନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକମାନେ ମଣ୍ଡି ଓ ଚାଷୀଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ । ଧାନ କିଣା ପ୍ରସଙ୍ଗରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାକୁ ବିଜେପି ବିଧାୟକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ତାଙ୍କ ସରକାର ସବୁ ଉଦ୍ୟମ କରିବ ବୋଲି ଆଶ୍ୱାସନା ଦେଇଥିଲେ ନବୀନ । ବିରୋଧୀ ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଶ୍ୱାସନା ପରେ ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କୁ ସେମାନେ ସହଯୋଗ କରିବେ ବୋଲି କହିଛନ୍ତି ।

Comments are closed.