ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ଖବର ମିଥ୍ୟା ଓ ଉଦ୍ଦେଶ୍ୟମୂଳକ : ଶ୍ରୀମନ୍ଦିର ପ୍ରଶାସନ

ପୁରୀ- ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଶ୍ରୀଜଗନ୍ନାଥଙ୍କ ୩୫ ହଜାର ଏକର ଜମି ବିକ୍ରି ଖବର ମିଛ । ଉଦ୍ଦେଶ୍ୟମୂଳକ ଭାବେ ଏହି ମିଥ୍ୟା ଖବର ପ୍ରଚାର କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

ଦଖଲରେ ଥିବା ଜଗନ୍ନାଥ ଜମିକୁ ବନ୍ଦୋବସ୍ତ ପାଇଁ ବ୍ୟବସ୍ଥା ହୋଇଛି । ସ୍ୱଚ୍ଛତା ଆଧାରରେ ଯୋଗ୍ୟ ବ୍ୟକ୍ତିଙ୍କୁ ଜମି ଦିଆଯିବାକୁ ବ୍ୟବସ୍ଥା ହୋଇଛି । ୨୦୦୧ରୁ ୨୦୧୦ ମଧ୍ୟରେ ୨୯୧ ଏକର ଜମି ଦିଆଯାଇଛି । ୨୦୧୧ରୁ ୨୦୨୧ ମଧ୍ୟରେ ୯୬ ଏକର ଜମି ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

Comments are closed.