‘କୋଭିସିଲ୍ଡ’ ଟିକାର ରତ୍ପାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ – ଦେଶରେ ଏବେ ପ୍ରାଣଘାତୀ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ଦ୍ୱିତୀୟ ଲହରୀର ଭୟ ମଧ୍ୟରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ସରକାର ‘ଆଷ୍ଟ୍ରାଜେନେକା କୋଭିସିଲ୍ଡ’ ଟିକାର ରତ୍ପାନୀ ଉପରେ କଟକଣା ଲଗାଇଛନ୍ତି । ପରବର୍ତ୍ତୀ ଆଦେଶ ଯାଏଁ ଏହି କଟକଣା ଜାରି ରହିବ । ଦେଶରେ ନୂଆ ମାମଲା ବୃଦ୍ଧି ପାଉଥିବାରୁ ଅନେକ ରାଜ୍ୟରେ ଟିକା ଚାହିଦା ମଧ୍ୟ ବଢ଼ିଛି । ‘କୋଭିସିଲ୍ଡ’ ଟିକାର ରତ୍ପାନୀ ସାମୟିକ ବନ୍ଦ କରିବାର ଏହା ଏକ ପ୍ରମୁଖ କାରଣ ।

ନିକଟରେ ଅନେକ ରାଜ୍ୟ ପର୍ଯ୍ୟାପ୍ତ ପରିମାଣର କୋଭିଡ୍‌-୧୯ ଟିକା ଡୋଜ୍ ଯୋଗାଇବାକୁ କେନ୍ଦ୍ର ଠାରେ ଦାବି କରିଥିଲେ । ଦେଶର ବହୁ ରାଜ୍ୟରେ କରେନା ମାମଲା ହୁ ହୁ ହୋଇ ବଢ଼ି ଚାଲିଛି । ଏଭଳି ସ୍ଥଳେ ଦେଶରେ କୋଭିଡ୍‌-୧୯ ଟିକାର ଚାହିଦା ମଧ୍ୟ ବୃଦ୍ଧି ପାଉଛି ।

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ‘କୋଭାକ୍ସ’ ଯୋଜନା ଅଧୀନରେ ଭାରତ ଏଯାବତ୍ ୭୬ଟି ଦେଶକୁ କୋଭିଡ୍‌-୧୯ ଟିକାର ୬ କୋଟିରୁ ଊର୍ଦ୍ଧ୍ୱ ଡୋଜ୍ ପଠାଇ ସାରିଛି ।

ଭାରତରେ ଏବେ କୋଭିଡ୍‌-୧୯ ବିରୋଧରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କୁ ଟିକା ଦିଆଯିବ ।

Comments are closed.