କରୋନା ଲେଉଟାଣି ଭୟ: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କଲେ ସରକାର

ଭୁବନେଶ୍ବର: ଦିନକୁ ଦିନ କରୋନାର ଦ୍ବିତୀୟ ଲହର ଏକ ଭୟକଂର ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି। ଯଦିଓ ରାଜ୍ୟର ସ୍ଥିତି ନିୟନ୍ତ୍ରଣରେ ଅଛି ତଥାପି ରାଜ୍ୟ ସରକାର ଏହାକୁ ହାଲୁକା ଭାବରେ ନେଉନାହାନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆଜି ସରକାର କୋଭିଡ ସମ୍ଭେଦେନଶୀଳ ଏବଂ ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରେ ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି । ଆସନ୍ତା ୫ ତାରିଖରୁ ଏହା ଲାଗୁ ହେବ । ରାତ୍ର ୧୦ଟା ରୁ ସକାଳ ୫ଟା ପର୍ଯନ୍ତ ଏହି କଟକଣା ଜାରି ରହିବ ।

ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ , ସମ୍ବଲପୁର, ନୂଆପଡା , ବରଗଡ, କଳାହାଣ୍ତି, ବଲାଙ୍ଗିରି , କୋରାପୁଟ, ମାଲକାନାଗିରି, ନବରଙ୍ଗପୁର ଓ ଝାରସୁଗୁଡା ।

ନାଇଟ କର୍ଫ୍ୟୁବେଳେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସ ବନ୍ଦ ରହିବ । ଶିଳ୍ପ ସଂସ୍ଥା ଓ ନିର୍ମାଣ କାର୍ଯ୍ୟ ଚାଲିପାରିବ । ସ୍ୱାସ୍ଥ୍ୟ ସେବା ଓ ଔଷଧ ସଂପର୍କିତ କାର୍ଯ୍ୟ ଜାରି ରହିବ । ଯାତ୍ରୀ ପରିବହନ ପାଇଁ ଗାଡି,ଟ୍ୟାକ୍ସି ଚାଲିପାରିବ । ଅତ୍ୟାବଶକ ସେବା ଜାରି ରହିବ । ପେଟ୍ରୋଲ ପମ୍ପ, ସିଏନଜି ସେଂଟର ଖୋଲା ରହିବା ସହ ଖାଦ୍ୟ ସାମଗ୍ରୀର ହୋମ୍ ଡେଲିଭରି ହୋଇପାରିବ । ଢାବା ଓ ରେଷ୍ଟୁରାଂଟରୁ କେବଳ ପାର୍ସଲ ନେଇ ହେବ । ପରିଚୟ ପତ୍ର ଦେଖାଇ ଗଣମାଧ୍ୟମ ପ୍ରତିନିଧିମାନେ ଯାତାୟତ କରିପାରିବେ ।

Comments are closed.