ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍‌, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର-କୋରୋନା ସ୍ଥିତି ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଭାଇରସର ବର୍ତ୍ତମାନ ଷ୍ଟ୍ରେନ୍‌, ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ କ୍ଷତିକାରକ । ବର୍ତ୍ତମାନ ଯେଭଳା ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି, ତାହା ଚିନ୍ତାଜନକ ବୋଲି ପରିଡା କହିଛନ୍ତି ।

ନୂଆ ଷ୍ଟ୍ରେନ୍ ଉପରେ ଅଧିକ ଅନୁଧ୍ୟାନ କରାଯାଉଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଆଗକୁ କଣ ହେବ, କହିହେବ ନାହିଁ । ଓଡିଶାର ଛତିଶଗଡ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ସରକାର ଆଗକୁ ବି କିଛି ବଡ ନିଷ୍ପତ୍ତି ନେଇପାରନ୍ତି । ସୀମାବର୍ତ୍ତୀ ଅଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ନାଇଟ୍ କର୍ଫ୍ୟୁ କରାଯାଇଛି । ବାହାରୁ ଲୋକ ଆସୁଥିବାରୁ ଭୁବନେଶ୍ୱରରେ ସଂଖ୍ୟା ବଢୁଥିବା ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।

Comments are closed.