ଫେର ଘାଏ ପଛିମ୍ ଉଡିଶା ଲାଗି ଦରଦ୍ ଦେଖାଲେ ନବୀନ ବାବୁ

ସମ୍ବଲପୁର : ରାଏଜ୍ ସରକାର ସଠିକ୍ ସମିଆଁ ଥି ସଠିକ୍ କାମ୍ କରିବାର ଲାଗି ହିଁ କରୋନାର ପହେଲା ଲହର୍ କେ ଜିତି ହେଇଥିଲା । ଆର୍ ଇହାଦେ ୨ ନମର ଲହର କେ ଭିଲ୍ ଜିତବାର୍ ଲାଗି ସରକାର କମର୍ କଷି ସାରଲେନ । ଇଥିଁ ଆମର ପଛିମ୍ ବାହି ଲାଗି ମୁଖ୍ୟମନ୍ତ୍ରୀ ଖାସ୍ କରି ନଜର ପକେଇଛନ୍ତି । ଇତାର୍ ଲାଗି ପଛିମ୍ ଉଡିଶାର ଡାକ୍ତରଖାନା ମାନକର୍ ଲାଗି ଯେତକି ଦରକାର ପାରା ମେଡିକାଲ ଷ୍ଟାପ୍ ନିଯୁକ୍ତି ଦେବାର କେ ଆଏଜ୍ ମୁଖ୍ୟମନ୍ତ୍ରୀକଁର୍ ନିର୍ଦ୍ଦେଶ୍ ଉତାରୁ ଇ ଫାଲର ଲୁକେ ବଢେଟେ ଉସାସ୍ ହେଇଛନ୍ତି । ଆଏଜ୍ ବେଲବୁଡା ମୁଖ୍ୟମନ୍ତ୍ରୀ କୋଭିଡ୍ ହାଲର ସମୀକ୍ଷା କରି ପଛିମ୍ ଉଡିଶା କେ ମୁଖ୍ୟ ଶାସନ୍ ସଚିବ୍ ଆର୍ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଯିବାର୍ କେ ନିର୍ଦ୍ଦେଶ ଦେଇଛନ୍ ।

ଛତିଶଗଡ ନେ କରୋନା ଫଏଲିବାର ଉତାରୁଁ ପଛିମ୍ ଉଡିଶା କେ ଗୁରଦୁଟେ ଡର୍ ପସିଛେ । ଛତିଶଗଡ଼ ସୀମା ଥିଁ ଥିବାର୍ ଜିଲା ମାନକେ କରୋନା ରୋଗୀ ସଂଖ୍ୟା ଭିଲ୍ ବଢି ଚାଲିଛେ । ଏନତା ସମିଆଁ ଥିଁ କରୋନା କଟକଣା କେ କଡାକଡି ମାନବାର୍ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍।

ଅମାନତିଆ ମାନଙ୍କୁ ସାବାଡ୍ କରିବାର୍ ଲାଗି ଭିଲ ଅଏତକା ପୁଲିସ ଲଗାବାର୍ କେ ନିର୍ଦ୍ଦେଶ ଦେଇଛନ୍ । ଆର୍ ଇ କଟକଣା କେ ମାନବାର୍ ଲାଗି ରାଏଜର୍ ଲୁକକୁଁ ମୁଖ୍ୟମନ୍ତ୍ରୀ ବିନତି ଭିଲ୍ କରିଛନ୍ତି । ସେଫାଲେ ପଛିମ୍ ଉଡିଶା କେ ଖାସ୍ କରି ମୁଖ୍ୟମନ୍ତ୍ରୀ ଫୋକସ୍ ଦେବାର୍ କଥା କେ ସବୁ ଜିଲା ନୁ ସ୍ବାଗତ୍ କରାଯାଇଛେ।

ବଢେଟେ ଉସାସ୍ କରଲେ ମୁଖ୍ୟମନ୍ତ୍ରୀ 

ଫେର ଘାଏ ପଛିମ୍ ଉଡିଶା ଲାଗି ତାକର୍ ଦରଦ୍ ଦେଖେଇଛନ୍ ମୁଖ୍ୟମନ୍ତ୍ରୀ । ଗଲା ବଛର କରୋନା ମୁଲ୍ ହେଲା ବେଲ କେ ପଛିମ୍ ଉଡିଶାରୁ ସବୁ ଜିଲା ନେ କୋଭିତ୍ ହସପିଟାଲ ଖୁଲି କରି ମଗନା ଚିକିତ୍ସା କରି ହଜାର୍ ହଜାର୍ ଲୋକର ଜୀବନ୍ ବଂଚେଇଥିଲେ ମୁଖ୍ୟମନ୍ତ୍ରୀ । ଆର୍ ଇହାଦେ ଫେର୍ ପଛିମ୍ ଉଡିଶା କେ ଅଲଗ୍ ଫୋକସ୍ ଦେଇକରି ବଢେଟେ ଉସାସ୍ କରିଛନ୍ । ପଛିମ୍ ଉଡିଶା ଥିଁ ଯେତକି ଡାକ୍ତରଖାନା ଅଛେ , ସବୁନ ଖାଲି ଥିବାର୍ ପାରା ମେଡିକାଲ୍ ଷ୍ଟାପ୍ ଭର୍ତ୍ତି କରିବା ଲାଗି ନିର୍ଦ୍ଦେଶ ଦେଇକରି ଆମଙ୍କୁ ରୁଣୀ କରି ଦେଇଛନ୍ । ତାହାକୁଁ ଯେତକି ଧନ୍ୟବାଦ୍ ଦେଲେ ଭିଲ୍ କମ୍ ଆଏ ।

ସଞ୍ଜିତ ପ୍ରଧାନ , ଲଖନପୁର , ଝାରସୁଗୁଡା

ନବୀନ୍ ବାବୁ ବିପଦ୍ ବେଲର ଅସଲ୍ ବନ୍ଧୁ

ଗଲା ବଛର୍ କରୋନା ବେଲକେ ରାଏଜ୍ ସରକାରର୍ କାମ୍ କେ ଭୁଲି ନାଇଁ ହୁଏ । ଅଲଗା ରାଏଜେଁ ଗଲା ବଛର୍ କରୋନା ଜହ ଫଏଲିଲା ବେଲକେ ବେଡ୍ ଗୁଟେ ଭିଲ୍ ନାଇଁ ମିଲୁଥାଇଁ । ଆଉ ବେଡ୍ ଗୁଟେ ଗୁଟେ ଲାଗି ଲାଖ୍ ଲାଖ୍ ଟଙ୍କା ଦେଇକରି ରିଜର୍ଭ କରିବାର୍ କେ ପଡ଼ୁଥିଲା । ହେଲେ ଇନେ ମଗନା ଟ୍ରିଟମେଣ୍ଟ ମିଲୁଥିଲା । ଆର୍ ଇହାଦେ ଫେର୍ ସବୁ ପାରା ମେଡିକାଲ୍ ଷ୍ଟାପ୍ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦେଇକରି ଏନତା ବିପଦ୍ ବେଲାର ଅସଲ ବନ୍ଧୁ ହେଇଛନ୍ ନବୀନ ବାବୁ ।

ଅଭିଷେକ ପ୍ରଧାନ , ବରଗଡ଼ ବାସିନ୍ଦା

Comments are closed.