ରାଜ୍ୟରେ କୋରୋନା ଗ୍ରାଫ୍ ଉପରମୁହାଁ ,୧ ହଜାର ୭୮୪ ନୂଆ ଆକ୍ରାନ୍ତ, ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୦୩

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୧ ହଜାର ୭୮୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୩୫ ଓ ସ୍ଥାନୀୟ ଅଂଚଳରୁ ୭୪୯ ଚିହ୍ନଟ ହୋଇଛନ୍ତି ।
ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୦୩, ସୁନ୍ଦରଗଡରୁ ୨୪୧, ଖୋର୍ଦ୍ଧାରୁ ୨୦୧, ସମ୍ବଲପୁରରୁ ୧୧୪, ବଲାଙ୍ଗୀରରୁ ୯୧, ବରଗଡରୁ ୮୭, ଗଂଜାମରୁ ୮୦, ବାଲେଶ୍ୱରରୁ ୭୨, କଳାହାଣ୍ଡିରୁ ୬୮, ନବରଙ୍ଗପୁରରୁ ୬୭, କଟକରୁ ୫୯, କେନ୍ଦୁଝରରୁ ୫୪, ପୁରୀରୁ ୫୩, ଯାଜପୁରରୁ ୩୩, ଭଦ୍ରକରୁ ୩୦, ମୟୂରଭଂଜରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୫୩ ହଜାର ୮୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏଥିମଧ୍ୟରୁ ୩ ଲକ୍ଷ ୪୦ ହଜାର ୬ ଶହ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ହେଉଛି ୧୦ ହଜାର ୫୦୩ ।

Comments are closed.