ପ୍ରଥମ ଥର ଗଞ୍ଜାମର ସବୁ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍‌

ବ୍ରହ୍ମପୁର – କାରେନା ବିରୋଧୀ ଲଢେଇରେ ଗଞ୍ଜାମ ଜିଲ୍ଲା ଆଉ ଏକ ସଫଳତା ହାସଲ କରିଛି । ପ୍ରଥମ ଥର ପାଇଁ ଜିଲ୍ଲାର ସମସ୍ତ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ସୋମବାର ହୋଇଥିବା ସମସ୍ତ ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସାମ୍ପଲ୍ ନେଗେଟିଭ୍ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଏଥିପାଇଁ ସେ ଜିଲ୍ଲାର କୋଭିଡ୍ ଯୋଦ୍ଧାଙ୍କୁ ଶ୍ରେୟ ଦେଇଛନ୍ତି । ଜିଲ୍ଲା ପ୍ରଶାସନର ସମୟୋଚିତ ପଦକ୍ଷେପ ଯୋଗୁଁ ଏକଦା କରୋନା ସଂକ୍ରମଣ ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ କରୋନା ଗ୍ରାଫ୍ ତଳକୁ ଖସିଛି ।

ମିଶନ ‘ଜିରୋ କୋଭିଡ୍‌’ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଛି । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରାଯାଉଛି । ଜିଲ୍ଲାରେ ଏଯାବତ ୯୮.୩% ରୋଗୀ ସୁସ୍ଥ ହୋଇଥିବା ବେଳେ ଏବେ ମାତ୍ର ୧୩୦ ଆକ୍ଟିଭ୍ କେସ୍ ରହିିଛି ।

Comments are closed.