ଭୂସ୍ଖଳନରେ ଜଣେ ଯବାନଙ୍କ ମୃତ୍ୟୁ, ଦୁଇ ଆହତ

ନୂଆଦିଲ୍ଲୀ – ଜାମ୍ମୁକାଶ୍ମୀରର କୁପୱାରା ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ଭାରତୀୟ ସେନାବାହିନୀର ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ନିୟନ୍ତ୍ରଣ ରେଖା (ଏଲଓସି) ନିକଟସ୍ଥ ତଙ୍ଗଧର ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୂସ୍ଖଳନ ଘଟିବା ପରେ ସେଠାରେ ଥିବା ଏକ ସେନା ପୋଷ୍ଟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଘଟଣାରେ ଜଣେ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଥ । ଆହତ ସୈନିକଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.