ବିଧାନସଭାର ଶୀତ ଅଧିବେଶନରେ ରହିବ ନାହିଁ ପ୍ରଶ୍ନକାଳ, ପ୍ରତିଦିନ ସାଢେ ଚାରି ଘଂଟା ଚାଲିବ ଗୃହକାର୍ଯ୍ୟ,୨୦ରେ ଅତିରିକ୍ତ ବଜେଟ୍‌

ଭୁବନେଶ୍ୱର- ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣଙ୍କ ପାତ୍ରରେ ବସିଥିଲା ସର୍ବଦଳୀୟ ବୈଠକ । ଏଥର ବି ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ବୋଲି ନିଷ୍ପତି ହୋଇଛି । ତାରକା ପ୍ରଶ୍ନ ବି ରହିବ ନାହିଁ । ଆବଶ୍ୟକୀୟ କାଗଜପତ୍ର ବିଧାୟକଙ୍କ ଘରକୁ ଡାକରେ ପଠାଯିବ । କୋଭିଡ ଗାଇଡଲାଇନ୍ ଅନୁସାରେ ଗୃହକାର୍ଯ୍ୟ ଚାଲିବ । ପ୍ରତିଦିନ ସାଢେ ଚାରି ଘଂଟା ହିଁ ଗୃହକାର୍ଯ୍ୟ ଚାଲିବ ବୋଲି ବାଚସ୍ପତି ବୈଠକ ପରେ ସୂଚନା ଦେଇଛନ୍ତି । ଦିନ ସାଢେ ୧୦ଟାରୁ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଯାଏଁ ଗୃହକାର୍ଯ୍ୟ ଚାଲିବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ କରାଯାଇଛି । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସି ମାଧ୍ୟମରେ ରହିପାରିବେ । ନଭେମ୍ବର ୨୦ ତାରିଖରେ ବିଧାନସଭାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ ବୋଲି ବାଚସ୍ପତି କହିଛନ୍ତି । ସେହି ଦିନ ହିଁ ଆରମ୍ଭ ହେଉଛି ବିଧାନସବାର ଶୀତକାଳୀନ ଅଧିବେଶନ । ଏଥର ଅଧିବେଶନରେ ୪୦ଟି କାର୍ଯ୍ୟଦିବସ ରହିଛି । ନଭେମ୍ବର ୨୯ ତାରିଖରେ ବଜେଟ ପାରିତ ହେବ ।

Comments are closed.