କରୋନା ପରେ ଆଉ ଏକ ବିରଳ ଭାଇରସ୍ ‘ଚପାରେ’ଚିହ୍ନଟ

ୱାଶିଂଟନ – କରୋନା ସହ ଲଢେଇ ସରିନଥିବା ବେଳେ ଏବେ ଆଉ ଏକ ବିରଳ ଭାଇରସ୍ ର  ଚିହ୍ନଟ ହୋଇଛି । ‘ଚପାରେ’ ନାମକ ଏହି ନୂତନ ଭାଇରସ୍ ଦକ୍ଷିଣ ଆମେରିକୀୟ ଦେଶ ବଲିଭିଆରୁ ମିଳିଥିବା ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ କେନ୍ଦ୍ର (ସିଡିଏସ୍‌) ସ୍ପଷ୍ଟ କରିଛି । କରୋନା ଭଳି ‘ଚପାରେ’ ଭାଇରସର ମଧ୍ୟ ମଣିଷରୁ ମଣିଷକୁ ବ୍ୟାପିବାର କ୍ଷମତା ରହିଛି । ଇବୋଲା ଭଳି ଏହି ଭାଇରସ ଦ୍ୱାରା ମସ୍ତିସ୍କ ଜ୍ୱର ଓ ହାମୋରେଜ୍ ହୋଇଥାଏ ।

ତେବେ ପ୍ରଥମରୁ ଘାତକ ମନେ କରାଯାଉଥିବା ଇବୋଲାକୁ ବୈଜ୍ଞାନିକଙ୍କ ଉଦ୍ୟମ ଦ୍ୱାରା ନିୟନ୍ତ୍ରଣ କରାଯାଇ ପାରିଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ, ଇବୋଲା ଭଳି ଲକ୍ଷଣ ଥିଲେ ମଧ୍ୟ ‘ଚପାରେ’ ଆହୁରି ଘାତକ । ‘ଚପାରେ’ ଭାଇରସ୍ ସଂକ୍ରମଣ ସାଧାରଣତଃ ମଣିଷ ଶରୀରର ତରଳ ପଦାର୍ଥରୁ ବ୍ୟାପିଥାଏ । ‘ଚପାରେ’ ଭାଇରସ୍ ପ୍ରଥମେ ୨୦୧୯ରେ ବଲିଭିଆରେ ବ୍ୟାପିଥିଲା । ବଲିଭିଆର ଲା ପାଜ୍ ର ଦୁଇଜଣ ରୋଗୀଙ୍କ ଠାରୁ ଏହା ତିନ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବ୍ୟାପିଥିଲା । ଚପାରେ ସଂକ୍ରମଣରେ ଜଣେ ରୋଗୀ ଓ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ ଏହି ଭାଇରସର କିଛି ମାମଲା ବଲିଭିଆର ଚପାରେ ଅଞ୍ଚଳରେ ୨୦୦୪ରେ ଦେଖିବାକୁ ମିଳିଥିଲା । ଚାପାରେ ଅଞ୍ଚଳରୁ ଉତ୍ପତ୍ତି ହୋଇଥିବାରୁ ଏହି ଭାଇରସ୍ ର ନାମ ‘ଚପାରେ’ ରଖାଯାଇଛି ।

Comments are closed.