ଯାଜପୁର ମାଆ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ ସର୍ତମୂଳକ ଅନୁମତି, କୋଭିଡ କଟକଣା ମଧ୍ୟରେ ଯାତ୍ରା ଆୟୋଜନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଯାଜପୁର-କୋରୋନା ଯୋଗୁଁ ରାଜ୍ୟରେ ପ୍ରମୁଖ ପୀଠରେ ପର୍ବପର୍ବାଣୀ ଉପରେ କଟକଣା ଲାଗିଛି । କଠୋର କୋଭିଡ କଟକଣା ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସଂପନ୍ନ ହୋଇଥିଲା । ଏବେ କୋଭିଡ କଟକଣା ମଧ୍ୟରେ ଯାଜପୁର ମାଆ ବିରଜାଙ୍କ ମନ୍ଦିରର ସିଂହ ଧ୍ୱଜ ବା ବିଜୟା ରଥଯାତ୍ରା ହେବ । ଏ ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି । କୋଭିଡ ଗାଇଡଲାଇନ୍ସ ମାନି ରଥଯାତ୍ରା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନଭେମ୍ବର ୧୭ରୁ ୨୪ ତାରିଖ ଯାଏଁ ରଥଯାତ୍ରା ହେବ ।ତ୍ଥରଥ ଯାତ୍ରା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ମନ୍ଦିରର ମୁକ୍ତି ମଣ୍ଡପ ।

Comments are closed.