ଶ୍ରୀମନ୍ଦିର ଖୋଲିବା ନେଇ ସବୁ ପକ୍ଷ ସହ ଆଲୋଚନା କରିବ ମନ୍ଦିର ପ୍ରଶାସନ, କାଲି ନିଯୋଗ ପ୍ରତିନିଧି ଓ ବରିଷ୍ଠ ସେବାୟତଙ୍କ ସହ ବିଚାରବିମର୍ଷ

ପୁରୀ – ରାଜ୍ୟରେ ମନ୍ଦିର ଖୋଲିବା ସମ୍ଭାବନା ନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନଠାରୁ ମଧ୍ୟ ରିପୋର୍ଟ ମଗାଯାଇଛି । ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ସମ୍ଭାବନା ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ନିଯୋଗ ଓ ଅନ୍ୟ ପକ୍ଷଙ୍କ ସହ ବିଚାରବିମର୍ଷ ପ୍ରକ୍ରିୟା ଆରମ୍ଭ କରିବ । ଆସନ୍ତାକାଲିଠାରୁ ବିଚାରବିମର୍ଷ ପ୍ରକ୍ରିୟା ଆରମ୍ଭ କରାଯିବ । ଆସନ୍ତାକାଲି ନିଯୋଗ ପ୍ରତିନିଧି ଓ ବରିଷ୍ଠ ସେବାୟତମାନଙ୍କ ସହ ଆଲୋଚନା କରିବ ଶ୍ରୀମନ୍ଦିର ପ୍ରଶାସନ । ୧୬ ତାରିଖ ଯାଏଁ ଏହି ଆଲୋଚନା ପ୍ରକ୍ରିୟା ଜାରି ରହିବ ।

Comments are closed.