ନୂଆ ଟ୍ରିପଲ୍ ମ୍ୟୁଟାଂଟ୍ ଭାଇରସର ଭୟ : ପଶ୍ଚିମବଙ୍ଗରୁ ଓଡିଶା ଫେରିଲେ ୧୪ ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ, ସରକାରୀ ଓ ପେଡ୍ କ୍ୱାରେଂଟାଇନ୍ ହିଁ ଲାଗୁ

ଭୁବନେଶ୍ୱର- କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ପଶ୍ଚିମବଙ୍ଗରେ କୋରୋନା ଭାଇରସର୍ ଏକ ନୂଆ ଟ୍ରିପଲ ମ୍ୟୁଟାଂଟ୍ ମିଳିଥିବାରୁ ସେଠାରୁ ଓଡିଶା ପାଇଁ ବିପଦ ରହିଛି । ଏ ପରିପ୍ରେକ୍ଷୀରେ ଏଣିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ବି କ୍ୱାରେଂଟାଇନରେ ରହିବାକୁ ହେବ । ସରକାରୀ ସଂଗରୋଧ କେନ୍ଦ୍ରରେ ପଶ୍ଚିମବଙ୍ଗ ଫେରନ୍ତା ରହିବେ । ସେମାନଙ୍କୁ ଖାଇବା ,ପିଇବାକୁ ଦିଆଯିବ । ପେଡ୍ କ୍ୱାରେଂଟାଇନରେ ବି ସେମାନେ ରହିପାରିବେ । ମାତ୍ର କେହି ହୋମ କ୍ୱାରେଂଟାଇନରେ ରହିପାରିବେ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ଦିନକରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ କଡା ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.