ଜନ୍ମଦିନ ପାଳୁ ନାହାନ୍ତି ନବୀନ, ଗରିବଙ୍କୁ ସାହାଯ୍ୟ, ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଦଳୀୟକର୍ମୀ ଓ ଶୁଭେଚ୍ଛୁଙ୍କୁ ନିବେଦନ

ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ କୋଭିଡ ସଂକ୍ରମଣ ଦୃଷ୍ଟିରୁ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଶେଷ ସ୍ନେହ ଶ୍ରଦ୍ଧା ପାଇଁ ସେ ରାଜ୍ୟବାସୀଙ୍କଠାରେ ଋଣୀ ବୋଲି ନବୀନ କହିଛନ୍ତି । ଦଳୀୟ କର୍ମୀ, ସମର୍ଥକଙ୍କୁ ଗରିବଙ୍କ ପାଇଁ କାମ କରିବାକୁ ନିବେଦନ କରିଛନ୍ତି । ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତବର୍ଷ ମଧ୍ୟ ଜନ୍ମଦିନ ପାଳନ କରି ନ ଥିଲେ ନବୀନ ।

Comments are closed.