ଦେଶରେ ୨୪ ଘଂଟାରେ ୬୧ ହଜାର ୮୭୧ ନୂଆ କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ପୁଣି ୧ ହଜାର ଉପରେ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୬୧ ହଜାର ୮୭୧ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୯୪ ହଜାର ୫୫୧କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୬୫ ଲକ୍ଷ ୯୭ ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି । ୭ ଲକ୍ଷ ୮୩ ହଜାର ୩୧୧ଜଣ ଚିକିତ୍ସାଧୀନ ଅଛନ୍ତି । ଏଣେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୩୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୧ ହଜାର ୩୩ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.