ପୂୂର୍ବତନ କ୍ରିକେଟର କପିଳ ଦେବଙ୍କୁ ହୃଦଘାତ, ଦିଲ୍ଲୀର ଘରୋଇ ହସପିଟାଲରେ ଭର୍ତି, ଅବସ୍ଥା ସ୍ଥିର

ନୂଆଦିଲ୍ଲୀ -ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବ ହୃଦଘାତର ସମ୍ମୁଖୀନ ହୋଇଛନ୍ତି । ଏହା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ଏକ ହସପିଟାଲରେ ଭର୍ତି କରାଯାଇଛି । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଆଂଜିଓପ୍ଲାଷ୍ଟି କରାଯାଇଛି । କପିଳ ଦେବଙ୍କ ଅବସ୍ଥା ସ୍ଥିର ଥିବା ହସପିଟାଲ ପକ୍ଷରୁ କୁହାଯାଇଛି । ଆସନ୍ତା ଦିନେ ଦୁଇ ଦିନରେ ହସପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇପାରେ । କପିଳ ଦେବଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ବହୁ ପୂର୍ବତନ ଓ ବର୍ତମାନର କ୍ରିକେଟର୍ ।

Comments are closed.