ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୨ ହଜାର ୩୭୭ କୋରୋନା ରୋଗୀ

ଭୁବନେଶ୍ୱର-ରାଜ୍ୟରେ ଆଉ ୨ ହଜାର ୩୭୭ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୩୯୪, ଅନୁଗୁଳରୁ ୨୦୪, ବାଲେଶ୍ୱରରୁ ୧୬୨, ମୟୂରଭଂଜରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ଯାଜପୁରରୁ ୧୦୭, ବରଗଡରୁ ୮୮ ,ବଲାଙ୍ଗିରରୁ ୮୭, ଝାରସୁଗୁଡାରୁ ୮୫ ଓ ଭଦ୍ରକରୁ ୭୭ ରୋଗୀ ସୁସ୍ଥ ହୋଇଛନ୍ତି । କଳାହାଣ୍ଡିରୁ ୭୨, ନୂଆପଡାରୁ ୬୫, କେନ୍ଦ୍ରାପଡାରୁ ୬୪, ସୋନପୁରରୁ ୬୪, ପୁରୀରୁ ୫୯, ଜଗତସିଂହପୁରରୁ ୫୦, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୫୦ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୪ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି ।

Comments are closed.