ଭାରତରେ ଗତ ୨୪ ଘଂଟାରେ ୫୦ ହଜାର ୧୨୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ , ୫୭୮ ମୃତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟାରେ ୫୦ହଜାର ୧୨୯ ଲୋକୋ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ଲକ୍ଷ ୬୪ ହଜାର ୮୧୧ କୁ ବୃଦ୍ଧି ପାଇଛି । ଦେଶରେ ୭୦ ଲକ୍ଷ ୭୮ ହଜାର ୧୨୩ ଲୋକ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ମୋଟ ସକ୍ରିୟ ମାମଲା ଏବେ ୬ ଲକ୍ଷ ୬୮ ହଜାର ୧୫୪ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ । ଗତ ୨୪ ଘଂଟାରେ ଦେଶରେ କୋରୋନାରେ ୫୭୮ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୮ ହଜାର ୫୩୪କୁ ବୃଦ୍ଧି ପାଇଛି ।

Comments are closed.