ଅନଲକ୍ ୬.୦ ଗାଇଡଲାଇନ୍ସ ଜାରି କଲେ ରାଜ୍ୟ ସରକାର, ନଭେମ୍ବର ୧୬ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର- ରାଜ୍ୟ ସରକାର ନଭେମ୍ବର ମାସ ପାଇଁ ଅନଲକ୍ ୬.୦ ଗାଇଡଲାଇନ୍‌ସ ଜାରି କରିଛନ୍ତି । ନଭେମ୍ବର ୧୬ରୁ ରାଜ୍ୟରେ ସ୍କୁଲ୍ ଖୋଲିବ । ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ କ୍ଲାସ କରିବେ । ପିଏଚଡି ସ୍କଲାରଙ୍କ ପାଇଁ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଖୋଲିବ । ପ୍ରଶିକ୍ଷଣ କାର୍ଯ୍ୟକଳାପ ପୁଣି ଆରମ୍ଭ ହେବ ।

କଂଟେନମେଂଟ ଜୋନରେ ଜାରି ରହିବ ଲକଡାଉନ କଟକଣା । ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଂଚଳ । ବାହାଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ସର୍ବାଧିକ ୨ ଶହ ଲୋକ ହିଁ ଜମା ହୋଇପାରିବେ । ଅନ୍ତ୍ୟେଷ୍ଟି ଓ ଶେଷକୃତ୍ୟରେ ୫୦ ଜଣ ହିଁ ସାମିଲ ହୋଇପାରିବେ । ନଭେମ୍ବର ୧୫ ଯାଏଁ ସିନେମା ହଲ୍‌, ସୁଇମିଂ ପୁଲ୍ ବନ୍ଦ ରହିବ । ସ୍ଥାନୀୟ ପ୍ରଶାସନର ଅନୁମତିରେ ମନ୍ଦିର ଖୋଲପାରିବ । ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା ସମାବେଶ ଉପରେ କଟକଣା ଜାରି କରାଯାଇଛି ।

Comments are closed.