ଭାରତରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ପାର, ୭୫ ଲକ୍ଷରୁ ଅଧିକ ସୁସ୍ଥ, ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୬୦୭

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଂଟା ମଧ୍ୟରେ ୪୫ ହଜାର ୨୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ୨୯ ହଜାର ୩୧୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୭୫ ଲକ୍ଷ ୪୪ ହଜାର ୭୯୮ ଜଣ ସୁସ୍ଥ ହୋଇସାରିଛନ୍ତି । ମୋଟ ସକ୍ରିୟ ମାମଲା ସଂଖ୍ୟା ରହିଛି ୫ ଲକ୍ଷ ୬୧ ହଜାର ୯୦୮ । ଦିନକରେ କୋରୋନାରେ ଦେଶରେ ଆଉ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୨ ହଜାର ୬୦୭କୁ ବୃଦ୍ଧି ପାଇଛି ।

Comments are closed.