କିିଛି ଦିନର ବ୍ୟବଧାନ ପରେ ଦେଶରେ ଦୈନନ୍ଦିନ କୋରୋନା ସଂଖ୍ୟା ୫୦ ହଜାରରୁ ଅଧିକ, ଦିନକରେ ଚିହ୍ନଟ ହେଲେ ୫୦ ହଜାର ୨୦୯ ନୂଆ ରୋଗୀ

ନୂଆଦିଲ୍ଲୀ – ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ଲକ୍ଷ ୬୪ ହଜାର ୮୬କୁ ବୃଦ୍ଧି ପାଇଛି । ଦିନକରେ ଦେଶରେ ୫୦ ହଜାର ୨୦୯ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନର ବ୍ୟବଧାନ ପରେ ଦେଶରେ ଦୈନନ୍ଦିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିଛି । ଦିନକରେ ୭୦୪ କୋରୋନା ରୋଗୀଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧୫ରେ ପହଂଚିଛି । ୭୭ ଲକ୍ଷ ୧୧ ହଜାର ୮୦୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫ ଲକ୍ଷ ୨୭ ହଜାର ୯୬୨ ଜଣ ଚକିତ୍ସାଧୀନ ଅଛନ୍ତି ।

Comments are closed.