ଦେଶରେ ଦିନକରେ ୪୭, ୬୩୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୮୪ ଲକ୍ଷ ପାର କଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ -ଦେଶରେ ଦିନକରେ ୪୭ ହଜାର ୬୩୮ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶର ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୭୭ ଲକ୍ଷ ୬୫ ହଜାର ୯୬୬ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ଦେଶରେ ଆଜି ସୁଦ୍ଧା ସକ୍ରିୟ କୋରୋନା ମାମଲା ସଂଖ୍ୟା ୫ ଲକ୍ଷ ୨୦ ହଜାର ୭୭୩ ରହିଛି । ଗତ ୨୪ ଘଂଟାରେ ଦେଶରେ ୬୭୦ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି ପାଇଛି ।

Comments are closed.