ଅଷ୍ଟ୍ରେଲିଆ ଗସ୍ତ: ଶେଷ ଦୁଇଟି ଟେଷ୍ଟରୁ ବଞ୍ଚିତ ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ: ନିଜ ପ୍ରଥମ ସନ୍ତାନର ଜନ୍ମକୁ ଅପେକ୍ଷା କରିଥିବା ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ବହୁ ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଦୁଇଟି ମ୍ୟାଚ୍ ରୁ ବଞ୍ଚିତ ହେବା ସମ୍ଭାବନା ରହିଛି । ଜାନୁୟାରୀରେ କେହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । ଏହି କାରଣରୁ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ମ୍ୟାଚରୁ ଓହରି ପାରନ୍ତି । କୋହଲିଙ୍କ ସ୍ଥାନରେ ମଧ୍ୟକ୍ରମରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ କେଏଲ ରାହୁଲଙ୍କୁ ସୁଯୋଗ ମିଳିପାରେ । ଯଦିଓ, ଏନେଇ ବିସିସିଆଇ ତରଫରୁ ଏଯାବତ କିଛି ଘୋଷଣା କରାଯାଇ ନାହିଁ, ତେବେ ଡିସେମ୍ବର ୧୭ରୁ ଆରମ୍ଭ ହେଉଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇଟି ଟେଷ୍ଟ ପରେ କୋହଲି ପାଟରନିଟି ଲିଭ୍ (ପିତୃତ୍ୱ ବିରତି) ନେଇପାରନ୍ତି ବୋଲି ଭାରତୀୟ ବୋର୍ଡ ସୂତ୍ରରୁ ଜଣାପଡିଛି ।

ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜ୍ ଦିବାରାତ୍ର ଡିସେମ୍ବର ୧୭ରୁ ଆରମ୍ଭ ହେବ । ଆଡିଲେଡରେ ପ୍ରଥମ ଟେଷ୍ଟ(ଦିବାରାତ୍ର) ଡିସେମ୍ବର ୧୭ରୁ ଖେଳାଯିବ । ଦ୍ୱିତୀୟ ଟେଷ୍ଟ ମେଲବୋର୍ଣ୍ଣ (ଡିସେମ୍ବର ୨୬-୩୦), ତୃତୀୟ ଟେଷ୍ଟ ସିଡନୀ ( ଜାନୁୟାରୀ ୭-୧୧) ଓ ଚତୁର୍ଥ ଟେଷ୍ଟ ବ୍ରିସବେନ (ଜାନୁୟାରୀ ୧୫-୧୯)ରେ ଖେଳାଯିବ ।

Comments are closed.