ରାଜ୍ୟରେ କୋରୋନା ସଂକ୍ରମଣର ନିମ୍ନଗତି ଜାରି, ଦିନକରେ ୧, ୨୧୯ ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରେ ସଂଖ୍ୟା ୧୦୦ ତଳକୁ ଖସିଲା

ଭୁବନେଶ୍ୱର- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧ ହଜାର ୨୧୯ ନୂଆ କୋରୋନା ସଂକ୍ରମଣ ମାମଲା ଆସିଛି । ସଂଗରୋଧରୁ ୭୦୮ ଓ ସ୍ଥାନୀୟ ଅଂଚଳରୁ ୫୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ଦୈନିକ କୋରୋନା ତାଲିକାରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୧୦୦ରୁ ତଳେ ରହିଛି । ଜିଲ୍ଲାରୁ ୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ବାଲେଶ୍ୱର ଜିଲ୍ଲାରୁ ୧୦୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୦୬, ମୟୂରଭଞ୍ଜ ଜିଲ୍ଲାରୁ ୮୩, ଅନୁଗୁଳରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୫୩, କେନ୍ଦ୍ରାପଡାରୁ ୫୦, ବଲାଙ୍ଗିରରୁ ୪୬, କେନ୍ଦୁଝର ଜିଲ୍ଲାରୁ ୪୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୩୪ ଓ ଗଞ୍ଜାମରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୯୩କୁ ବୃଦ୍ଧି ପାଇଥିବା ବେଳେ ୨ ଲକ୍ଷ ୮୮ ହଜାର ୧୬୮ ଜଣ ସୁସ୍ଥ ହୋଇସାରିଛନ୍ତି । ୧୩ ହଜାର ୧୩୧ ଜଣ ଚିକିତ୍ସାଧୀନ ଅଛନ୍ତି । ସେପଟେ ଗତ ୨୪ ଘଂଟାରେ ଆଉ ୧୬ ଜଣ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.