ସିଆରୟୁଟିକୁ ଉତ୍କର୍ଷତା ପାଇଁ ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ସହରାଂଚଳ ପରିବହନ କ୍ଷେତ୍ରରେ ଓଡିଶାର ରାଜଧାନୀ ଅଂଚଳ ସହରାଚଂଳ ପରିବହନ ସଂସ୍ଥା-ସିଆରୟୁଟି ଉତ୍କର୍ଷ ପାଇଁ ପୁରସ୍କାର ମିଳିଛି । ଜାତୀୟ ସମ୍ମିଳନୀରେ ପୁରସ୍କୃତ କରିଛି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ । ସିଆରୟୁଟିକୁ ଏହି ପୁରସ୍କାର ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । କୋରୋନା କାଳରେ ବି ସିଆରୟୁଟି ଉଲ୍ଲେଖନୀୟ ସେବା ପ୍ରଦାନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.