ସରୁଅ ଜମି ହଡପ ଓ ନାବାଳିକା ଗଣଦୁଷ୍କର୍ମ ମାମଲା : ତଦନ୍ତରେ ସହଯୋଗ ନ କରିବାରୁ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ

ଭୁବନେଶ୍ୱର- ଖୋର୍ଦ୍ଧା ସରୁଅରେ ଜମି ହଡପ ମାମଲା ଓ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ହୋଇଛନ୍ତି । ବାଘମାରୀ ଥାନା ଅନିରୁଦ୍ଧଙ୍କୁ ଗିରଫ କରିଛି । ଦୁଇଟି ମାମଲାର ତଦନ୍ତରେ ସହଯୋଗ କରି ନ ଥିବାରୁ ଅନିରୁଦ୍ଧଙ୍କୁ ଗିରଫ କରାଯାଇଥିବା ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଅନିରୁଦ୍ଧଙ୍କ ବିରୋଧରେ ଆଇପିସି ୪୪୭, ୨୯୪, ୫୦୬ ଓ ୩୪ ଦଫା ଲାଗିଛି । ଏହାଛଡା ଏସସି, ଏସଟି ଆଇନରେ ବି ପୋଲିସ ଦଫା ଲଗାଇଛି । ପ୍ରମାଣ ମିଳିଲେ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।

Comments are closed.