ବହାରେନ ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନଙ୍କ ଦେହାନ୍ତ

ନୂଆଦିଲ୍ଲୀ – ବହାରେନର ପ୍ରଧାନମନ୍ତ୍ରୀ ଖଲିଫା ବିନ୍ ସଲମାନ ଅଲ ଖଲିଫାଙ୍କ ବୁଧବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ବହାରେନର ଷ୍ଟେଟ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଶେଖ ଖଲିଫା ବୁଧବାର ସକାଳେ ଆମେରିକାର ମାୟୋ କ୍ଲିନିକାଲ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତିି।

ଏହି ବିବୃତ୍ତିରେ କୁହାଯାଇଛି ଯେ ଶେଖ ଖାଲିଫାଙ୍କ ମରଶରୀରକୁ ବାହାରେନ ଆଣିବା ପରେ ଅନ୍ତିମ ସଂସ୍କାର କରାଯିବ। କରୋନା ଦୃଷ୍ଟିରୁ ଅନ୍ତିମ ସଂସ୍କାରରେ କେବଳ ଘନିଷ୍ଠ ସମ୍ପର୍କୀୟ ଯୋଗଦେବେ ।

ଶେଖ ଖଲିଫା ୨୪ ନଭେମ୍ବର ୧୯୩୫ ରେ ଜନ୍ମଗ୍ରହଣ କରିଥିଲେ। ସେ ବହାରେନ ରାଜ ପରିବାରର ସଦସ୍ୟ ଥିଲେ। ସେ ୧୯୭୦ ରୁ ବହାରେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଉଥିଲେ।

ବହାରେନ ସ୍ୱାଧୀନତାର ଏକ ବର୍ଷ ପୂର୍ବରୁ ଶେଖ ଖଲିଫା ୧୫ ଅଗଷ୍ଟ ୧୯୭୧ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେ ବିଶ୍ୱର ଏପରି କିଛି ହାତଗଣତି ନେତାଙ୍କ ମଧ୍ୟରେ ଥିଲେ, ଯିଏ କି ସବୁଠୁ ଅଧିକ ଦିନ ଧରି ପ୍ରଧାନମନ୍ତ୍ରୀ ପଦବୀରେ ରହିଥିଲେ।

Comments are closed.