କୋରୋନା ପ୍ରକୋପ : ୟୁରୋପର କିଛି ଦେଶରେ ଦ୍ୱିତୀୟ ପର୍ଯ୍ୟୟ ସଂକ୍ରମଣ ଆରମ୍ଭ, ପ୍ରଥମ ୟୁରୋପୀୟ ଦେଶ ଭାବେ ବ୍ରିଟେନର କୋରୋନା ମୃତ୍ୟୁ ୫୦ ହଜାର ଟପିଲା

ଜେନିଭା – ବିଶ୍ୱରେ କୋରୋନା ମହାମାରୀ ପ୍ରକୋପ ଜାରି ରହିଛି । ୟୁରୋପର କେତେକ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଆରମ୍ଭ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବ୍ରିଟେନ ୟୁରୋପର ପ୍ରଥମ ଦେଶ ହୋଇଛି, ଯେଉଁଠି କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିଛି । ଇଟାଲୀ, ଫ୍ରାନ୍ସରେ ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଦୃଷ୍ଟିରୁ ପୁଣି ଥରେ କିଛି କଟକଣା ଜାରି କରାଯାଇଛି । ବ୍ରିଟେନ ବି କିଛି ସପ୍ତାହ ପାଇଁ କଟକଣା ଜାରି କରିଛି ।

ବିଶ୍ୱରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ କୋଟି ୩୦ ଲକ୍ଷ ୭୩ ହଜାର ୬୧୫କୁ ବୃଦ୍ଧି ପାଇଛି । କୋରୋନାରୁ ୩ କୋଟି ୭୨ ଲକ୍ଷ ୨ ହଜାର ୪୩୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏପର୍ଯ୍ୟନ୍ତ ୧୨ ଲକ୍ଷ ୯୮ ହଜାର ୫୬୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି ।

Comments are closed.