କରୋନା ସଙ୍କଟ: ଭାରତରେ ଆଉ ୩.୧୧ ଲକ୍ଷ ସଂକ୍ରମିତ ଚିହ୍ନଟ, ୪୦୭୭ ମୃତ

ନୂଆଦିଲ୍ଲୀ: ଭାରତରେ ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୧୧,୧୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ଗ୍ରାଫ୍ ସାମାନ୍ୟ ଖସୁଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା କିନ୍ତୁ ଚିନ୍ତାଜନକ ରହିଛି । ଦିନକରେ ଏହି ରୋଗରେ ୪୦୭୭ ଲୋକ ପ୍ରାଣ ହରାଇଛନ୍ତି । ଆଉ ୩,୬୨,୪୩୭ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୬ ଲକ୍ଷ ୮୪ ହଜାର ୭୭କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏଯାବତ୍ ୨ ଲକ୍ଷ ୭୦ ହଜାର ୨୮୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୭ ଲକ୍ଷ ୯୫ ହଜାର ୩୩୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ରବିବାର ସୁଦ୍ଧା ମୋଟ ସକ୍ରିୟ ମାମଲା ୩୬ ଲକ୍ଷ ୧୮ ହଜାର ୪୫୮ ରହିଛି ।

କୋଭିଡ୍ ବିରୋଧରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ଟିକା ଅଭାବରୁ ଏହି ପ୍ରକ୍ରିୟା ସାମାନ୍ୟ ଧିମେଇ ଯାଇଛି । ମେ ୧୫ ସୁଦ୍ଧା ଦେଶରେ ୧୮ କୋଟି ୨୨ ଲକ୍ଷ ୨୦ ହଜାର ୧୬୪ କୋଭିଡ୍ ଟିକା ଡୋଜ୍ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ଆଉ ୧୭ ଲକ୍ଷ ୩୩ ହଜାର ୨୩୨ ଟିକା ଦିଆଯାଇଛି ।

Comments are closed.