ଧାନ ସଂଗ୍ରହ ନେଇ ଯୋଗାଣ ନିଗମ ଏମଡିଙ୍କ ସୂଚନା : ଜଳସେଚିତ ଜମିରୁ ଏକର ପିଚ୍ଛା ୧୯ ଓ ଅଣଜଳସେଚିତ ଜମିରୁ ୧୩ କୁଇଂଟାଲ ଧାନ କିଣାଯିବ

ଭୁବନେଶ୍ୱର- ଧାନ ସଂଗ୍ରହ ନେଇ ଯୋଗାଣ ନିଗମ ମହାନିର୍ଦ୍ଦେଶକ ବିଶ୍ୱଜିତ ଦାସ ସୂଚନା ଦେଇଛନ୍ତି ଯେ, ଜଳସେଚିତ ଜମିରେ ଏକର ପିଚ୍ଛା ୧୯ କୁଇଂଟାଲ୍ ଓ ଅଣ ଜଳସେଚିତ ଜମିରୁ ୧୩ କୁଇଂଟାଲ୍ ଧାନ ସଂଗ୍ରହ କରାଯିବ ।

ଚାଷୀ ଯଦି କମ୍ ଧାନ ବିକ୍ରି କରିବାକୁ ଚାହିଁବେ, ତେବେ ସେଥିରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ଯୋଗାଣ ନିଗମ ମହାନିର୍ଦ୍ଦେଶକ କହିଛନ୍ତି ।

ସେ କହିଛନ୍ତି ନିଜସ୍ୱ ବିକ୍ରି ଅଧିକାର ଚାଷୀମାନଙ୍କୁ ଦିଆଯାଇଛି । ଚଳିତବର୍ଷ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସଂଗ୍ରହ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପଂଜିକରଣ କରିଥିବା ମଣ୍ଡିରେ ହିଁ ଚାଷୀ ଧାନ ବିକିପାରିବେ ବୋଲି ସେ କହିଛନ୍ତି ।

Comments are closed.