ପୁରୀ ବାବଦରେ ଲେଖାଶ୍ରୀଙ୍କ ବୟାନକୁ ବିଜେଡି ଓ କଂଗ୍ରେସ ନେତାଙ୍କ କଡା ସମାଲୋଚନା, ସୌମ୍ୟରଂଜନ କହିଲେ, ଶସ୍ତା ମନ୍ତବ୍ୟ ଦେବାରୁ ବିରତ ହୁଅନ୍ତୁ ଲେଖାଶ୍ରୀ

ଭୁବନେଶ୍ୱର- ପୁରୀ ବାବଦରେ ବିବାଦୀୟ ବୟାନ ଦେଇଥିବାରୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଭିନ୍ନ ଆଡୁ କଡା ସମାଲୋଚନା ହେବାରେ ଲାଗିଛି । ବିଜେଡିର ବହୁ ନେତା ଲେଖାଶ୍ରୀଙ୍କ ମନ୍ତବ୍ୟକୁ ପୁରୀ ପ୍ରତି ଅପମାନଜନକ ବୋଲି କହିଛନ୍ତି । ସାଂସଦ ଅମର ପଟ୍ଟନାୟକଙ୍କ ପରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଲେଖାଶ୍ରୀଙ୍କ ପୁରୀ ସଂପର୍କିତ ବୟାନକୁ କଡା ସମାଲୋଚନା କରିଛନ୍ତି । ସୌମ୍ୟରଂଜନ କହିଛନ୍ତି ଯେ, ସେ ନିଜେ ବହୁ ବର୍ଷ ବାହାରେ ରହିଥିଲେ । ଯେତେବେଳେ ଲୋକ ପଚାରନ୍ତି ଯେ,ଓଡିଶା କେଉଁଠି, ସେତେବେଳେ ସେ ଜଗନ୍ନାଥ ଧାମ ପୁରୀର ପରିଚୟ ଦେଉଥିଲେ ବୋଲି ସୌମ୍ୟରଂଜନ କହିଛନ୍ତି । ଲେଖାଶ୍ରୀ ମ୍ୟାଡାମ ଏଭଳି ଶସ୍ତା ମନ୍ତବ୍ୟ ଦିଅନ୍ତୁ ନାହିଁ ବୋଲି ସୌମ୍ୟରଂଜନ କହିଛନ୍ତି ।

ସେପଟେ କଂଗ୍ରେସର ନେତାମାନେ ବି ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି । ସୁର ରାଉତରାୟ କହିଛନ୍ତି ଯେ, ଲେଖାଶ୍ରୀଙ୍କ ମତିଭ୍ରମ ହେଲାଣି । ସନ୍ତୋଷ ସିଂହ ସାଲୁଜା ମଧ୍ୟ ଲେଖାଶ୍ରୀଙ୍କୁ ତାଙ୍କ ମନ୍ତବ୍ୟ ପାଇଁ ସମାଲୋଚନା କରିଛନ୍ତି ।

Comments are closed.