ରାଜ୍ୟରେ ପୁଣି ୧୦ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ : ୯ ହଜାର ୫୪୧ ନୂଆ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୩୪୨

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୯ ହଜାର ୫୪୧ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୫ ହଜାର ୩୪୩ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୪୨, କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡରୁ ୫୯୫, ଅନୁଗୁଳରୁ ୫୬୨, ପୁରୀରୁ ୫୨୮, ଯାଜପୁରରୁ ୪୮୯, ଭଦ୍ରକରୁ ୪୬୪, କଳାହାଣ୍ଡିରୁ ୩୧୫, ବାଲେଶ୍ୱରରୁ ୩୦୨, ଜଗତସିଂହପୁରରୁ ୨୯୯, ବରଗଡରୁ ୨୮୪, ନବରଙ୍ଗପୁରରୁ ୨୫୪, ସୁବର୍ଣ୍ଣପୁରରୁ ୨୪୫, ନୟାଗଡରୁ ୨୩୦, ସମ୍ବଲପୁରରୁ ୨୨୯ ଓ କୋରାପୁଟରୁ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ବୌଦ୍ଧରୁ ୧୭୭, କେନ୍ଦୁଝରରୁ ୧୭୭, ରାୟଗଡାରୁ ୧୬୪, ଗଞ୍ଜାମରୁ ୧୫୦, ଝାରସୁଗୁଡାରୁ ୧୪୦, ମାଲକାନଗିରିରୁ ୧୨୩, ଢେଙ୍କାନାଳରୁ ୧୧୭, କେନ୍ଦ୍ରାପଡାରୁ ୧୧୪, କନ୍ଧମାଳରୁ ୧୦୭, ବଲାଙ୍ଗିରରୁ ୧୦୧, ଗଜପତିରୁ ୬୯, ଦେବଗଡରୁ ୬୧ ଓ ନୂଆପଡାରୁ ୫୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪କୁ ବୃଦ୍ଧି ପାଇଥିବା ବେଳେ ୬ ଲକ୍ଷ ୫୮ ହଜାର ୬୪୬ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୯୫ ହଜାର ୨୬୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.