ରାଉରକେଲାରେ ଆରମ୍ଭ ହେଲା ଦେଶର ବୃହତ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲା – ରାଉରକେଲାରେ ଆଜିଠାର ଦେଶର ବୃହତ୍ତମ ହକି ଷ୍ଟାଡିୟମର ନିର୍ମାଣ କାମ ଆରମ୍ଭ ହୋଇଛି । ପ୍ରସ୍ତାବିତ ଷ୍ଟାଡିୟମ ପାଇଁ ବିପିୟୁଟି ପରିସରରେ ପୂଜାର୍ଚ୍ଚନା କରାଯିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

ଏହି ଅବସରରେ ବିଧାୟକ ସାରଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟାଡିୟମ ନିର୍ମାମରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ । କଳିଙ୍ଗ ଷ୍ଟାଡିୟମ ସହ ୨୦୨୩ ପୁରୁଷ ବିଶ୍ୱକପର୍ କିଛି ମ୍ୟାଚ୍ ନୂଆ ଷ୍ଟାଡିୟମରେ ମଧ୍ୟ ଖେଳାଯିବ । ଗତବର୍ଷ ଏହି ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

Comments are closed.