ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଖାଦ୍ୟ ସୁରକ୍ଷା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟବାହିତ ରୋଗ ଓ ସ୍ୱାସ୍ଥ୍ୟକର ଜୀବନଯାପନ ପାଇଁ ଖାଦ୍ୟ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସମାଜର ଦୁର୍ବଳ ଓ ନିଷ୍ପେସିତ ବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ନିଶ୍ଚିତ କରିବାକୁ ରାଜ୍ୟ ସରକାର ଅବିରତ ଉଦ୍ୟମ କରିଆସିଛନ୍ତି । ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଏକ ସ୍ୱାସ୍ଥ୍ୟକର ବିଶ୍ୱ ପାଇଁ ଖାଦ୍ୟ ଶୃଙ୍ଖଳର ପ୍ରତିଟି ପ ର୍ଯ୍ୟାୟରେ ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.