କିଛି ସମୟ ପରେ କୋଭିଡ ଅନଲକ୍ ପ୍ରକ୍ରିୟା ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର-ରାଜ୍ୟରେ କୋଭିଡ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ହୋଇଥିବାରୁ ରାଜ୍ୟ ସରକାର ଆଜି ଅନଲକ୍ ପ୍ରକ୍ରିୟା ଘୋଷଣା କରିପାରନ୍ତି । ଦିନ ସାଢେ ଗୋଟାଏରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅନଲକ ସଂପର୍କିତ ଘୋଷଣା କରିବେ ।

ଏହି ମାସରେ କେବଳ ୪-୫ଟି ଜିଲ୍ଲାକୁ ଛାଡିଦେଲେ ରାଜ୍ୟରେ ଅନ୍ୟସବୁ ଜିଲ୍ଲା ଗ୍ରୀନ ଓ ୟେଲୋ ଜୋନରେ ଅଛନ୍ତି । ତେଣୁ ସେସବୁ ଜିଲ୍ଲାଗୁଡିକ ପାଇଁ ରାଜ୍ୟ ସରକାର କି ପ୍ରକାର ଅନଲକ୍ ବ୍ୟବସ୍ଥା ଘୋଷଣା କରିବେ, ସେ ନେଇ ସମସ୍ତଙ୍କର ନଜର ରହିଛି । ଦକ୍ଷିଣ ଓ ପଶ୍ଚିମ ଓଡିଶାର ଅନେକ ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ପଜିଟିଭିଟି ରେଟ୍ ମଧ୍ୟ କମ୍ ରହିଛି । ଏସବୁ ଜିଲ୍ଲା ପାଇଁ ସତର୍କତାର ସହ ଅନଲକ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର । ସପ୍ତାହାନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ବଜାୟ ରଖି ଅନଲକ ଘୋଷଣା ହୋଇପାରେ ।

Comments are closed.